ଡଃ ସମନ୍ବୟ ନନ୍ଦ
13-7-24
ନୂଆ ନୁହେଁ ରାହୁଲ ଗାନ୍ଧୀଙ୍କର ହିନ୍ଦୁଙ୍କ ବିରୁଦ୍ଧରେ ଘୃଣା
11-12-2023
ଧାରା ୩୭୦କୁ ନେଇ ସୁପ୍ରିମକୋର୍ଟଙ୍କ ରାୟ: ଦେଶର ଅଖଂଡତାରେ ବାଧକ ଶକ୍ତିଙ୍କୁ ଶକ୍ତ ଚାପୁଡା
ଡ. ସମନ୍ୱୟ ନନ୍ଦ
ଅନୁଚ୍ଛେଦ ୩୭୦କୁ ଉଚ୍ଛେଦ କରାଯିବା ବିରୋଧରେ ସୁପ୍ରିମକୋର୍ଟରେ କରାଯାଇଥିବା ଆବେଦନ ଗୁଡିକର ଶୁଣାଣୀ କରିବା ପରେ ସମ୍ବିଧାନ ପୀଠ ତାଙ୍କର ରାୟ ପ୍ରଦାନ କରିଛନ୍ତି । ଏହି ରାୟରେ ସମ୍ବିଧାନ ପୀଠ ପକ୍ଷରୁ କୁହା ଯାଇଛି ଯେ ଜାମ୍ମୁ କାଶ୍ମୀରରେ ୩୭୦ ଉଚ୍ଛେଦ କରାଯିବାର ଆଦେଶ ସମ୍ବିଧାନିକ ଆକାରରେ ସମ୍ପୂର୍ଣ ଠିକ୍ । ରାଷ୍ଟ୍ରପତି ଶାସନ ସମୟରେ କେନ୍ଦ୍ର ସରକାର କୌଣସି ଅପରିବର୍ତନୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ପାରିବେ ନାହିଁ ବୋଲି ଏହି ମାମଲାରେ ଆବେଦନକର୍ତା ମାନେ ଦେଇଥିବା ତର୍କକୁ କୋର୍ଟ ଅଗ୍ରାହ୍ୟ କରି ଦେଇଛନ୍ତି । ଏହା ଦ୍ୱାରା ଅନୁଚ୍ଛେଦ ୩୭୦କୁ ନେଇ ସମସ୍ତ ବିବାଦ ଉପରେ ପୂର୍ଣଚ୍ଛେଦ ପଡି ଯାଇଛି ।
ଦେଶ ସ୍ୱାଧୀନ ହେବା ପରେ ଦେଶର ଅଖଂଡତାକୁ ବଜାୟ ରଖିବା ପାଇଁ ସରଦାର ପଟେଲ ଦେଶୀୟ ରାଜ୍ୟ ମାନଙ୍କୁ ଭାରତରେ ବିଲୟ କରିବାର ଯେଉଁ ପ୍ରକ୍ରିୟା ଆରମ୍ଭ କରିଥିଲେ ତାହା ସମ୍ପୂର୍ଣ ହୋଇଥିବାର ପ୍ରମାଣ ହେଉଛି ସୁପ୍ରିମକୋର୍ଟର ଏହି ରାୟ । ସୁପ୍ରିମକୋର୍ଟର ଏହି ରାୟ ଏକ ସନାତନ ରାଷ୍ଟ୍ର ରୂପେ ଭାରତର ସଂପ୍ରଭୁତା, ଏକତା, ଅଖଂଡତାକୁ ପୁଣିଥିରେ ପ୍ରତିପାଦିତ କରିଛି । ସୁପ୍ରିମକୋର୍ଟ ଏହି ମାମଲାରେ ଅତ୍ୟନ୍ତ ସ୍ପଷ୍ଟ ଓ ସର୍ବସମ୍ମତ ରାୟ ଦେଇ କହିଛନ୍ତି ଜାମ୍ମୁ କାଶ୍ମୀର ନିଜେ ନିଜେ କୌଣସି ସଂପ୍ରଭୁ ରାଜ୍ୟ ନ ଥିଲା ଓ ଏହାର ସଂପ୍ରଭୁତା ଭାରତର ସଂପ୍ରଭୁତାରେ ସୀମିତ ଥିଲା । ସୁପ୍ରିମକୋର୍ଟର ଏହି ରାୟ ପରେ ଏକ ନୂଆ ଭାରତ ବିଶ୍ୱ ସାମନାରେ ଅଧିକ ଶକ୍ତିଶାଳୀ ହୋଇ ଠିଆ ହେବ ।
ଏହି ଅନୁଚ୍ଛେଦ ଯେତେବେଳେ ଲାଗୁ ହେଲା ସେଠାରେ ସ୍ପଷ୍ଟ ଭାବେ ଉଲ୍ଲେଖ ଥିଲା ଯେ ଏହା ଅସ୍ଥାୟୀ ବ୍ୟବସ୍ଥା । ଅନୁଚ୍ଛେଦ ୩୭୦ର ଏହି ଅସ୍ଥାୟୀ ବ୍ୟବସ୍ଥା ସେଠାରେ ଲାଗୁ କରାଯିବା କାରଣରୁ ଅବଶିଷ୍ଟ ଭାରତ ଓ ଜାମ୍ମୁ କାଶ୍ମୀର ମଧ୍ୟରେ ସେଭଳି ଏକାତ୍ମତା ତିଆରି ହେବା କଥା ତାହା ହୋଇ ପାରି ନ ଥିଲା । ଏହାର କାରଣ ହେଲା ଯେ ଏହି ଅସ୍ଥାୟୀ ବ୍ୟବସ୍ଥା କାରଣରୁ ଜାମ୍ମୁ କାଶ୍ମୀର ପାଇଁ ଅଲଗା ଆଇନ, ଅଲଗା ପ୍ରଧାନ ଓ ଅଲଗା ପତାକା ରହିଥିଲା । ଅବଶିଷ୍ଟ ଭାରତର ଲୋକ ମାନଙ୍କୁ ସେଠାକୁ ଯିବାକୁ ପରମିଟର ଆବଶ୍ୟକତା ପଡୁଥିଲା । ଭାରତରେ ସମ୍ପୂର୍ଣ ଭାବେ ଏକାତ୍ମ ହେବାରେ ବାଧକ ଏହି ଅସ୍ଥାୟୀ ଅନୁଚ୍ଛେଦ ପଛରେ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହର ଲାଲ ନେହରୁ ଓ ତାଙ୍କର ବନ୍ଧୁ ଶେଖ ଅବଦୁଲ୍ଲା ହିଁ ଥିଲେ । ନେହରୁ ପ୍ରଥମେ ତାଙ୍କର ବନ୍ଧୁଙ୍କୁ ଖିୁସି କରିବା ପାଇଁ ଏହି ଅସ୍ଥାୟୀ ବ୍ୟବସ୍ଥା ଯୋଡିଥିଲେ । ମାତ୍ର ପରବର୍ତୀ ସମୟରେ ଶେଖ ଅବଦୁଲ୍ଲା ତାଙ୍କର ବାସ୍ତବିକ ରଙ୍ଗ ଦେଖାଇବା ଆରମ୍ଭ କରିଥିଲେ ।
ଏହି ଅସ୍ଥାୟୀ ଅନୁଚ୍ଛେଦର ସବୁଠାରୁ ଅଧିକ ଲାଭ ନେଇଥିଲା ପାକିସ୍ତାନ । ପାକିସ୍ତାନ ଅନୁଚ୍ଛେଦ ୩୭୦ ଲାଗୁ ଥିବା କାରଣରୁ ଏହାର ଆଳ ନେଇ ଜାମ୍ମୁ କାଶ୍ମୀର ଭାରତର ଅଭିନ୍ନ ଅଙ୍ଗ ନୁହେଁ ବୋଲି ତାଙ୍କ ଦେଶର ଲୋକଙ୍କ ମଧ୍ୟରେ ଓ ବିଦେଶରେ ଦୀର୍ଘ ବର୍ଷ ଧରି ଅପପ୍ରଚାର କରିଥିଲା । ଇସଲାମୀ ଦେଶ ମାନଙ୍କ ସଂଗଠନକୁ ମଧ୍ୟ ସେ ତାର ଦୁଷ୍ପ୍ରଚାର ଅଭିଯାନରେ କାବୁ କରି ନେଇଥିଲା ।
ଯଦି ଆମେ ସଂସଦୀୟ ଇତିହାସରେ ଦୃଷ୍ଟି ପକାଇବା ତେବେ କାଶ୍ମୀରର କିଛି ପାରିବାରିକ ରାଜନୈତିକ ଦଳ ଗୁଡିକୁ ଛାଡି ସବୁ ପ୍ରମୁଖ ରାଜନୈତିକ ଦଳ ମାନେ ଅନୁଚ୍ଛେଦ ୩୭୦ ଉଚ୍ଛେଦ କରିବାର ପକ୍ଷଧର ଥିଲେ । ଜବାହର ଲାଲ ନେହରୁ ଏହି ଅସ୍ଥାୟୀ ବ୍ୟବସ୍ଥାକୁ ଲାଗୁ କରିଥିଲେ ସତ, ହେଲେ ସେ ମଧ୍ୟ ଏହାକୁ ହଟାଇବାକୁ ଚାହୁଁଥିଲେ । ତାଙ୍କ ପରେ ପ୍ରଧାନମନ୍ତ୍ରୀ ହୋଇଥିବା ଲାଲ ବାହାଦୁର ଶାସ୍ତ୍ରୀ ହୁଅନ୍ତୁ ବା ଅନ୍ୟ ମାନେ ହୁଅନ୍ତୁ ସଂସଦରେ ଆଲୋଚନା ବେଳେ କଂଗ୍ରେସ ସାଂସଦ ମାନେ ଏହି ଦାବି ବାରମ୍ବାର କରିଛନ୍ତି, ଯାହା ସଂସଦର ରେକର୍ଡରେ ମିଳିଯାଏ । ଗୁଲଜାରିଲାଲ ନନ୍ଦା ମଧ୍ୟ ସଂସଦରେ କହିଥିଲେ ଯେ ଏହି ଅନୁଚ୍ଛେଦ ହଟିବା ଆବଶ୍ୟକ ।
ଜନସଂଘ ପାଇଁ ଏହି ପ୍ରସଙ୍ଗ ସବୁଠାରୁ ବଡ ପ୍ରସଙ୍ଗ ଥିଲା । ଭାରତର ଅଖଂଡତାର ଉପାସକ ଜନସଂଘର ପ୍ରଥମ ସଭାପତି ଡ. ଶ୍ୟାମାପ୍ରସାଦ ମୁଖାର୍ଜୀ ଏହି ପ୍ରସଙ୍ଗରେ ଆନ୍ଦୋଳନ କରି ଏକ ଦେଶ ମେଁ ଦୋ ବିଧାନ, ଦୋ ପ୍ରଧାନ, ଦୋ ନିଶାନ, ନହିଁ ଚଲେଗା ର ସ୍ଲୋଗାନ ଦେଇଥିଲେ ଓ ଜାମ୍ମୁକାଶ୍ମୀରର ଜେଲରେ ନିଜର ବଳିଦାନ ଦେଇଥିଲେ । ଏହି ଅନୁଚ୍ଛେଦକୁ ହଟାଇବାକୁ ପ୍ରଜା ପରିଷଦ ଆନ୍ଦୋଳନ ଦୀର୍ଘ ଦିନ ଧରି ହୋଇଥିଲା । ଏହି ଆନ୍ଦୋଳନରେ ଅନେକ ଲୋକ ସେମାନଙ୍କର ଜୀବନର ବଳିଦାନ ଦେଇଥିଲେ । ଜନସଂଘର ପରବର୍ତୀ ସଂସ୍କରଣ ତଥା ଆଜିର ଭାରତୀୟ ଜନତା ପାର୍ଟିର ଏଜେଣ୍ଡାରେ ଏହା ପ୍ରଥମରୁ ହିଁ ରହି ଆସିଛି ।
ତେଣୁ କୁହା ଯାଇ ପାରେ ଯେ ସମସ୍ତ ରାଜନୈତିକ ଦଳ ଏହି ଅସ୍ଥାୟୀ ଅନୁଚ୍ଛେଦ ହଟାଇବା ପାଇଁ ଇଚ୍ଛୁକ ଥିଲେ । ହେଲେ କଂଗ୍ରେସ ଦଳର ନେତା ମାନଙ୍କ ମଧ୍ୟରେ ଏହି କାର୍ଯ୍ୟକୁ କରିବାକୁ ସାହସ ନ ଥିଲା । ଗୋଟିଏ ପ୍ରକାରରେ ଏହି ଅସ୍ଥାୟୀ ଅନୁଚ୍ଛେଦକୁ ହଟା ଯିବା ଆବଶ୍ୟକ ଏହା ଭାରତର ସମସ୍ତ ଦେଶବାସୀଙ୍କ ମନରେ ଥିଲା । ହେଲେ କାହା ମଧ୍ୟରେ ସେହି ସାହସ ନ ଥିଲା । ସାରା ଦେଶର ଇଚ୍ଛା ଥିଲା, ହେଲେ କାହାକୁ ନା କାହାକୁ ଏହି ସାହସ ଦେଖାଇବାର ଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ସାହସ ଦେଖାଇଥିଲେ । ପ୍ରଧାନମନ୍ତ୍ରୀ ମୋଦୀ ସାରା ଦେଶର ନାଗରିକ ମାନଙ୍କର ଇଚ୍ଛାକୁ ଅଭିବ୍ୟକ୍ତି ପ୍ରଦାନ କରିଥିଲେ ଓ ୨୦୧୯ ମସିହାରେ ଏହି ଅସ୍ଥାୟୀ ବ୍ୟବସ୍ଥାକୁ ସେ ସମାପ୍ତ କରିଥିଲେ ଓ ଦେଶର ଏକାତ୍ମତା ଦିଗରେ ଥିବା ଏହି ଅବରୋଧକୁ ସମାପ୍ତ କରି ଥିଲେ । ଭାରତର ଏକତା- ଅଖଂଡତା ଓ ଏକାତ୍ମତାରେ ବାଧା ସୃଷ୍ଟି କରୁଥିବା କିଛି ନେତା- ବ୍ୟକ୍ତି ସଂଗଠନ ଏହି ପ୍ରସଙ୍ଗକୁ ସୁପ୍ରିମକୋର୍ଟକୁ ନେଇ ଯାଇଥିଲେ । ଦୀର୍ଘ ଦିନର ଶୁଣାଣୀ ପରେ କୋର୍ଟଙ୍କ ସମ୍ବିଧାନ ପୀଠ ଏହି ଐତିହାସିକ ରାୟ ଦେଇ ଏହି ବିଷୟକୁ ସମାପ୍ତ କରିଛନ୍ତି ।
ତେବେ ଏହି ଐତିହାସିକ ଭୁଲକୁ ସଜାଡିବା ଅର୍ଥାତ ଅନୁଚ୍ଛେଦ ୩୭୦କୁ ସମାପ୍ତ କରିବା ସେତେ ସହଜ ନ ଥିଲା । ଏହାର କାରଣ ଥିଲା ଯେ ଏହା ଏକ ଅତ୍ୟନ୍ତ ପୁରୁଣା ପ୍ରସଙ୍ଗ ଥିଲା । ଦୀର୍ଘ ଦିନ ଧରି ଏହାକୁ ହଟା ନ ଯିବା କାରଣରୁ ଏହି ପ୍ରସଙ୍ଗ ଜଟିଳ ପ୍ରସଙ୍ଗ ହୋଇ ସାରିଥିଲା । ଭାରତ ଭିତରେ ଥିବା ଭାରତର ଶତ୍ରୁ ଓ ବାହ୍ୟ ଶତ୍ରୁ ମାନେ ଏହି ପ୍ରସଙ୍ଗର ଆନ୍ତର୍ଜାତିୟକରଣ କରିବାରେ ଲାଗିଥିଲେ । ଭାରତର ଲିବରାଲ ବର୍ଗ ଓ ଗଣମାଧ୍ୟମର କିଛି ବର୍ଗ ମଧ୍ୟ ଏହି କାର୍ଯ୍ୟରେ ଲଗାତାର ଲାଗିଥିଲା । କିନ୍ତୁ ଏହି ସବୁ ପ୍ରତିକୂଳ ପରିସ୍ଥିତି ସତ୍ୱେ ଖୁବ ସୁରୁଖୁରୁରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ତାଙ୍କ ଟିମ ଏହି ସମସ୍ୟାର ସମାଧାନ କରିଛନ୍ତି । ତେଣୁ ପ୍ରଧାନମନ୍ତ୍ରୀ ଓ ତାଙ୍କ ଟିମକୁ ଏହି ଐତିହାସିକ କାର୍ଯ୍ୟ ପାଇଁ ଧନ୍ୟବାଦ ଦେବାକୁ ପଡିବ । ଏବେ ସୁପ୍ରିମକୋର୍ଟ ମଧ୍ୟ ତାଙ୍କର କାର୍ଯ୍ୟ ଉପରେ ମୋହର ମାରିଛନ୍ତି ।
ସିବିଏସ୍ଇର ସ୍ବାଗତଯୋଗ୍ଯ ପଦକ୍ଷେପ
12 ଫେବୃଆରୀ 2022 ରେ ପ୍ରକାଶିତ ପ୍ରବନ୍ଧ
ହିଜାବ ବିବାଦ ପଛର ଷଡଯନ୍ତ୍ର ଓ ଉଦ୍ଦେଶ୍ୟ
http://nirbhay.readersum.com/read?publication=Nirbhay-Daily&title=Nirbhay&publish-date=2022-02-12&category=n&contents=21-34
5 ଫେବୃଆରୀ 2022 ରେ ପ୍ରକାଶିତ ପ୍ରବନ୍ଧ
ହମିଦ ଅନସାରୀଙ୍କ ମନରେ ଥିବା ଭାରତ ଓ ହିନ୍ଦୁ ବିରୋଧୀ ଘୃଣା
29-1-22
18-12-21
11-12-21
ମତାନ୍ତରଣ ଉପରେ ପୂର୍ଣ୍ଣ ପ୍ରତିବନ୍ଧକ ଜରୁରୀ
13-11-2021
ମିଶନାରୀମାନଙ୍କର ଧର୍ମାନ୍ତରୀକରଣ ରଣନୀତି ଅପରିର୍ତ୍ତିତ(ନିର୍ଭୟ-ପୃ-6)
http://nirbhay.readersum.com/
Comments
Post a Comment