ଅକ୍ଷୟ ଶକ୍ତି ଉତ୍ସ ଓ ସୁସୁ ବା-ପା-ମା-ଆ

 ଇଣ୍ଡିଆ ବ୍ଲକରୁ କଂଗ୍ରେସକୁ ବହିଷ୍କାର କରିବା ଲାଗି ଆମେ ଅନ୍ୟ ସହଯୋଗୀ ଦଳମାନଙ୍କୁ ପ୍ରବର୍ତ୍ତାଇବୁ । କଂଗ୍ରେସ ସବୁ ସୀମା ଅତିକ୍ରମ କରିସାରିଛି।

-
ଅରବିନ୍ଦ କେଜରିଓ୍ବାଲ
ଆପ୍‌ର ରାଷ୍ଟ୍ରୀୟ ଆବାହକ
ଅକ୍ଷୟ ଶକ୍ତି ଉତ୍ସ ଓ ସୁସୁ ବା-ପା-ମା-ଆ
ଥ‌ିବୀ ନିଜ କୋଳରେ ଆମକୁ ଧରି ରଖୁଛି ଓ ଆମର ଆବଶ୍ୟକତାକୁ ପୂରଣ କରୁଛି ବୋଲି ଆମେ ବଞ୍ଚି ରହିଛୁ। ଆମେ ବଞ୍ଚିରହିବା ପାଇଁ ସେ ଆମକୁ ବାୟୁ, ପାଣି, ମାଟି ଓ ଆକାଶ ଦେଇଛି, ଯାହାକୁ ଆମେ ‘ବା-ପା-ମା-ଆ’ ବୋଲି କହି ପାରିବା। ବାୟୁ ଆମକୁ ଅମ୍ଳଜାନ ଦିଏ। ଅମ୍ଳଜାନ ବିନା ଆମର ବଞ୍ଚିବା ଅସମ୍ଭବ । ତେଣୁ ବାୟୁରେ ଯଥେଷ୍ଟ ଅମ୍ଳଜାନ ରହିବା ଜରୁରି। ଜଳ ଆମ ଜୀବନ। ଆମ ଦେହରେ ହାଡ଼ ମାଂସ ସବୁଥିରେ ରହିଛି ପାଣି। ତେଣୁ ଆମ ଜୀବନ ପାଇଁ ବିଶୁଦ୍ଧ ଜଳ ଦରକାର । ମାଟି ବିନା ଆମେ ଘରଦୁଆର କେମିତି କରିବା, ମାଟି ବିନା ଆମେ ଚାଷ କେମିତି କରିବା, ମାଟି ନଥଲେ ଆମେ ଚାଷ କେମିତି କରିବା, ଆମେ ରାସ୍ତା କାହା ଉପରେ ତିଆରି କରିବା ? ମାଟି ତଳେ ସୁନା ରୁପା ରହିଛି। ମାଟି ତଳେ ତେଲ ଅଛି। ମାଟି ନରହିଲେ କଳକାରଖାନା ବି ବସିପାରିବ ନାହିଁ । ତେଣୁ ଆମ ପାଇଁ ମାଟି ଜରୁରି। ବାକି ରହିଲା ଆକାଶ। ଆମର ବିଚରଣ ପାଇଁ ଜଳ, ସ୍ଥଳ ଓ ଆକାଶ ଦରକାର। ଆମ ଚାରିପଟେ ବାୟୁକୁ ଧରି ରଖୁବା ସକାଶେ ଆକାଶ ରହିଛି। ଏଥୁରୁ ଠିକ୍ ବୁଝିହେଉଛି, ଆମର ବାୟୁ-ପାଣି- ମାଟି - ଆକାଶ (ବା-ପା-ମା-ଆ) ସୁସ୍ଥ ରହିଲେ ଆମେ ଯାଇ ଭଲରେ ବଞ୍ଚିପାରିବା। ଆମକୁ ଜନ୍ମ ଦେଇଥ‌ିବା ପିତା-ମାତା (ବାପା-ମାଆ) ପରି ସେମାନେ ବି ଆମର ଲାଳନ ପାଳନ କରୁଛନ୍ତି।
ପ୍ରାୟ ୬୦ଲକ୍ଷ ବର୍ଷ ତଳେ ପୃଥ‌ିବୀରେ ମଣିଷ ଜାତିର ସୃଷ୍ଟି ହୋଇଥିଲା। ଅନେକ ବର୍ଷ ସେ ଜଙ୍ଗଲରେ ରହିଲା ପରେ ୨୦ଲକ୍ଷ ବର୍ଷ ତଳେ ନିଆଁର ବ୍ୟବହାର ଶିଖୁଲା ଓ ଏଇ ମାତ୍ର ୫୦୦୦ ବର୍ଷ ତଳେ ଚାଷବାସ ଆରମ୍ଭ କଲା। ନିଆଁର ବ୍ୟବହାର ଶିଖୁଲା ପରେ ମଣିଷ ଜୀବନରେ ସଂସ୍କାର ଆରମ୍ଭ ହେଲା। ନିଆଁ ହେଉଛି ଶକ୍ତିର ଏକ ରୂପ, ଯାହାକୁ ଆମେ ତାପଶକ୍ତି କହୁ। ତାପଶକ୍ତି ପରେ ଧୀରେ ଧୀରେ ବିଭିନ୍ନ ଶକ୍ତିର ସନ୍ଧାନ ଆଜି ମଣିଷକୁ ଆଧୁନିକତାର ପରିଚୟ ଦେଇଛି। ଆଜି ଆମକୁ ସଭ୍ୟ ଓ ସଂସ୍କାରୀ ସାମାଜିକ ଜୀବର ପରିଚୟ ଦେଇଛି। କିନ୍ତୁ ଦୁଃଖର କଥା, ଶକ୍ତିର ପିଠିରେ ବସି ଅଧିକରୁ ଅଧ‌ିକ ଆଧୁନିକ ହେବା ନିଶାରେ ଆଜି ଆମେ ନିଜର ବାସସ୍ଥଳୀକୁ ଅସନା କରିଦେଇଛୁ । କୋଇଲା, ପେଟ୍ରୋଲ୍, କିରାସି ନି, ରନ୍ଧନଗ୍ୟାସ୍‌, ଡିଜେଲ୍ ଓ ପ୍ରାକୃତିକ ବାଷ୍ପର ଅବାଧ ବ୍ୟବହାର ଆଜି ଆମ ‘ବା-ପା-ମା-ଆ’କୁ ମୁମୂର୍ଷୁ ଅବସ୍ଥାକୁ ନେଇଯାଇଛି । ଶକ୍ତିର ଅବାଧ ଅବିବେକୀ ବ୍ୟବହାର ଫଳରେ ଏହି ପାରମ୍ପରିକ ଉତ୍ସଗୁଡ଼ିକ ଆଉ ମାତ୍ର କେଇଟା ବର୍ଷ ଭିତରେ ନିଃଶେଷ ହେବାକୁ ବାଧ୍ୟ କରୁଛି।
ସଭ୍ୟତାକୁ ଉନ୍ନତ କରିବାର ଆଶା ନେଇ ଗଢ଼ି ଉଠିଥିବା କଳକାରଖାନା ଆଜି ସଭ୍ୟତା ପାଇଁ ଚିନ୍ତାର କାରଣ ହୋଇଛି। କଳକାରଖାନା, ଗାଡ଼ିମୋଟର ଓ ତାପଜ ବିଦ୍ୟୁତ୍ କେନ୍ଦ୍ରଗୁଡ଼ିକରୁ ନିର୍ଗତ ଧୂଆଁ ଆମର ପାରିପାର୍ଶ୍ବକ ଅବସ୍ଥାକୁ ବାସ ଅନୁପଯୋଗୀ କରିସାରିଛି। ବାୟୁ ଓ ଜଳ ପରି ଜୀବନଦାତା ଉପାଦାନ ଆଉ ବିଶୁଦ୍ଧ ଅବସ୍ଥାରେ ନାହିଁ। ତାପଜ ବିଦ୍ୟୁତ୍ କେନ୍ଦ୍ରଗୁଡ଼ିକରୁ ନିର୍ଗତ ଧୂଆଁ ବାୟୁମଣ୍ଡଳକୁ ପ୍ରଦୂଷିତ କରିବା ସହିତ ଏଥୁରୁ ନିର୍ଗତ ଉତ୍ତାପ ଉଭୟ ବାୟୁମଣ୍ଡଳ ଓ ଜଳାଶୟକୁ ଉତ୍ତପ୍ତ କରୁଛି। ଜଳାଶୟର ତାପ ବୃଦ୍ଧି ସାଙ୍ଗକୁ ଜଳ ପ୍ରଦୂଷଣ ଫଳରେ କେତେକ ଜଳଜୀବ ସମ୍ପୂର୍ଣ୍ଣ ଲୋପ ପାଇଗଲେଣି। ତାପଜ କେନ୍ଦ୍ରରୁ ବର୍ଜ୍ୟବସ୍ତୁ ହିସାବରେ ବାହାରୁଥିବା ପାଉଁଶରେ ଭାରୀଧାତୁ ରହିଥ‌ିବାରୁ ଏହା ମୃରିକାକୁ ପ୍ରଦୂଷିତ
ଡ. କମଳାକାନ୍ତ ଜେନା
ମୋ: ୯୪୩୯୫୦୧୬୫୧
କରିବା ସହିତ ଭୂତଳ ଜଳକୁ ମଧ୍ୟ ସଂକ୍ରମିତ କରୁଛି। ଖନନ ଅବସରରେ କୋଇଲା ଖଣିରୁ ନିର୍ଗତ ବିଷାକ୍ତ ବାଷ୍ପ ସିଧାସଳଖ ଆମର ଶରୀର ଭିତରକୁ ପ୍ରବେଶ କରୁଛି। କୋଇଲା ଖଣିର ବର୍ଜ୍ୟବସ୍ତୁରେ ଉପସ୍ଥିତ ଭାରୀଧାତୁ ତଥା ଅନ୍ୟାନ୍ୟ ଉପାଦାନ ମୃତ୍ତିକା ଓ ଜଳକୁ ପ୍ରଦୂଷିତ କରିଚାଲିଛି। ତୈଳ-ବିଶୋଧନ କେନ୍ଦ୍ରରୁ ନିର୍ଗତ ସଲଫର୍ ଡାଇଅକ୍ସାଇଡ୍ ଦ୍ଵାରା ଅମ୍ଳବୃଷ୍ଟି ଘଟୁଛି। ସୀସାଯୁକ୍ତ ପେଟ୍ରୋଲ୍ ବ୍ୟବହାର କରିବା ଫଳରେ ଧୂଆଁ ସହ ନିର୍ଗତ ସୀସାଧାତୁ ବାୟୁରେ ମିଶୁଛି ଓ ପରେ ପରେ ଖାଦ୍ୟଶୃଙ୍ଖଳ ପ୍ରକ୍ରିୟାରେ ଆମର ଶରୀର ଭିତରକୁ ପ୍ରବେଶ କରୁଛି। ଗାଡ଼ିମୋଟର ଇଞ୍ଜିନରୁ ନିର୍ଗତ ନାଇଟ୍ରୋଜେନ୍ ଅକ୍ସାଇଡ୍ ବାଷ୍ପ ଆମର ଫୁସଫୁସ୍ ଓ ଚର୍ମ ଉପରେ କୁପ୍ରଭାବ ପକାଇ ଚାଲିଛି। ଏମିତି ପ୍ରତିକୂଳ ପରିବେଶକୁ ଆମେ ଆଉ କେତେ ଦିନ ସାମ୍‌ନା କରିବା, ସେକଥା ଆମେ ଜାଣିନାହୁଁ ।
ପରିବେଶକୁ ପ୍ରଦୂଷଣରୁ ରକ୍ଷା କରିବା ସହିତ ସୀମିତ ପାରମ୍ପରିକ ଶକ୍ତି ଉତ୍ସର ମୁକାବିଲା କରିବା ପାଇଁ ଅକ୍ଷୟ ଓ ନିର୍ମଳ ଶକ୍ତିଉତ୍ସର ପ୍ରଭୂତ ଆବଶ୍ୟକତା ରହିଛି। ଆମକୁ ପ୍ରତିକୂଳ ପରିବେଶରୁ ମୁକୁଳିବା ସକାଶେ ନିର୍ମଳ ଶକ୍ତିଉତ୍ସର ଆବଶ୍ୟକତା ରହିଛି। ଏଭଳି ପରିସ୍ଥିତିରେ ସୌରଶକ୍ତି, ପବନଶକ୍ତି ଓ କୁ ଆରଶକ୍ତି ଭଳି ପରିବେଶଗ୍ରାହୀ ନୂତନ

ଶକ୍ତିଉତ୍ସଗୁଡ଼ିକ ଅପରିହାର୍ଯ୍ୟ ଓ ଏକମାତ୍ର ପନ୍ଥା ମନେହୁଏ। ଏଗୁଡ଼ିକ ସରିଯିବାର ଭୟ ନାହିଁ । ତେଣୁ ଏଗୁଡିକୁ ‘ଅକ୍ଷୟ ଶକ୍ତି’ର ଆଖ୍ୟା ଦିଆଯାଇଛି। ଜି କଳକାରଖାନାଗୁଡ଼ିକ ପବନ ଶକ୍ତିରେ ଚାଲିବାର ବ୍ୟବସ୍ଥା କରାଯାଉଛି। ଗାଡ଼ିମୋଟର ସବୁ ସୌରଶକ୍ତିରେ ଚାଲିବା ପାଇଁ ଯୋଜନା କାର୍ଯ୍ୟକାରୀ ହୋଇଛି। ଆଜିକାଲି ପେଟ୍ରୋଲ୍ ବଦଳରେ ଚାର୍ଜିତ
ଆମର ବା-ପା-ମା-ଆ’ଙ୍କୁ ସୁସ୍ଥ ରଖିବା
ପାଇଁ ଏହା ହିଁ ସମୀଚୀନ ପ୍ରୟାସ ହେବ। ଆମ ଦେଶ ଚୀନ୍, ବ୍ରାଜିଲ୍ ଓ ଦକ୍ଷିଣ ଆମେରିକା ଭଳି ବିକାଶଶୀଳ ରାଷ୍ଟ୍ରଗୁଡ଼ିକ ସହିତ ପୃଥ‌ିବୀର ଜଳବାୟୁ ପରିବର୍ତ୍ତନକୁ ରୋକିବା ଦିଗରେ ମୁଖ୍ୟ ଭୁମିକା ଗ୍ରହଣ କରିପାରିବ ବୋଲି ବିଭିନ୍ନ ଆନ୍ତର୍ଜାତିକ ପରିବେଶ ସଂଗଠନ ପକ୍ଷରୁ ଅନୁଧ୍ୟାନ ପୂର୍ବକ କୁହାଯାଇଛି।
ବ୍ୟାଟେରୀ ବ୍ୟବହାର କରି ଚାଲୁଥିବା ଇ-ବାଇକ୍ ବଜାରକୁ ଆସୁଛି। ଘରେ ଘରେ କାଠ, କୋଇଲା ବା ରନ୍ଧନ ଗ୍ୟାସ୍, ବଦଳରେ ସୋଲାର୍ ହିଟର, ସୌରଚୁଲା ଇତ୍ୟାଦିର ପ୍ରଚଳନ ଆରମ୍ଭ ହୋଇଛି। ବଡ଼ ବଡ଼ ହୋଟେଲମାନ ସୌରଶକ୍ତି ଉପରେ ନିର୍ଭର କରୁଛନ୍ତି। ବିଜୁଳି ମାରିବା ସମୟରେ ସୃଷ୍ଟି ହେଉଥ‌ିବା ଅମାପ ବିଦ୍ୟୁତଶକ୍ତିକୁ ସଂଗ୍ରହ କରିବା ପାଇଁ ଚିନ୍ତା କରାଯାଉଛି। ଅକ୍ଷୟ ଶକ୍ତିର ବ୍ୟବହାର ପରିପ୍ରେକ୍ଷୀରେ ଏଭଳି ପ୍ରୟାସ ତଥା ଯୋଜନା ନିହାତି ସ୍ବାଗତଯୋଗ୍ୟ ।
ଆମେ ଶୁଣୁଛୁ, ଆଜିକାଲି ଜୋତା ତଳେ ଚାର୍ଜର ରହିଛି, ଯାହାକି ବିଦ୍ୟୁତଶକ୍ତି ବ୍ୟବହାର ନକରି ମୋବାଇଲ ଚାର୍ଜ କରିପାରୁଛି। ଭବିଷ୍ୟତରେ ଏପରି ଶାର୍ଟ ତିଆରି କରିବାର ଯୋଜନା ହେଉଛି, ଯେଉଁଥରେ ମୋବାଇଲ୍ ଚାର୍ଜ କରିହେବ ଏବଂ ରେଡିଓ ବଜେଇ ହେବ। ଠିକ୍ କଥା। ବିଦ୍ୟୁତ୍‌ଶକ୍ତିର ଆବଶ୍ୟକତା ଅଳ୍ପ ହେଉ କି ବେଶୀ, ସବୁଠି ପରିବେଶକୁ ସୁହାଇଲା ପରି ପ୍ରୟାସ କରାଯିବା ଜରୁରି। ଶକ୍ତି ପାଇବା ପାଇଁ ଆମେ ଆଉ କୋଇଲା-ପେଟ୍ରୋଲ- ଡିଜେଲ ଭଳି ପାରମ୍ପରିକ ଉତ୍ସ ଉପରେ ନିର୍ଭର କରିବା ନାହିଁ କି ବାୟୁମଣ୍ଡଳକୁ ଧୂଆଁ ଛାଡ଼ିବା ନାହିଁ କିମ୍ବା ପରିବେଶକୁ ଦୂଷିତ କରିବା ନାହିଁ। ଅକ୍ଷୟ ଶକ୍ତି ଏମିତି ଏକ ପ୍ରୟାସ, ଯାହାକି ପାରମ୍ପରିକ ଶକ୍ତିର ବ୍ୟବହାର ହ୍ରାସ
କରିବା ସହିତ ପ୍ରଦୂଷଣ ହ୍ରାସ କରିପାରିବ। ଏହା ମହାଜାଗତିକ ଉଷ୍ମତାକୁ ହ୍ରାସ କରିବାରେ ସହାୟତା କରେ। ଭୂକମ୍ପନଜନିତ ବିପର୍ଯ୍ୟୟରୁ ଆମକୁ ରକ୍ଷା କରିବା ଦିଗରେ ଅକ୍ଷୟ ଶକ୍ତି ବ୍ୟବହାରର ମଧ୍ୟ ଭୂମିକା ରହିଛି। ଏକଥା ମଧ୍ୟ ସତ ଯେ, ଅକ୍ଷୟ ଶକ୍ତିର ଜଗତୀକରଣ ପ୍ରକ୍ରିୟାରେ ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ନିଯୁକ୍ତି ସୃଷ୍ଟି ହେଉଛି। ଏଥ‌ିରୁ ଅନୁମେୟ, ଅକ୍ଷୟ ଶକ୍ତି ଆମ ଭବିଷ୍ୟତର ରୂପରେଖ ନିର୍ଦ୍ଧାରଣ କରିବ।
ଶକ୍ତିଉତ୍ସର ସୁବିନିଯୋଗ ଓ ସଂରକ୍ଷଣ ଦିଗରେ ଭାରତର ପ୍ରୟାସ ସ୍ଵାଗତଯୋଗ୍ୟ । ୧୯୯୧ ମସିହାରୁ ପ୍ରତିବର୍ଷ ଡିସେମ୍ବର ୧୪ ତାରିଖକୁ ଆମ ଦେଶରେ ‘ଜାତୀୟ ଶକ୍ତି ସଂରକ୍ଷଣ ଦିବସ’ ଭାବରେ ପାଳନ କରାଯାଏ । ଏହାର ନାମକରଣରୁ ସ୍ପଷ୍ଟ ଜଣାପଡୁଛି ଯେ ଶକ୍ତିକୁ ଜଗିରଖୁ ଯତ୍ନର ସହିତ ଖର୍ଚ୍ଚ କରିବା ସକାଶେ ଏହି ଦିବସ ପାଳନ କରାଯାଉଛି। ଆଜି ଆମ ଦେଶର ଲୋକସଂଖ୍ୟା ୧୪୫ କୋଟିକୁ ଟପିଲାଣି। ତେଣୁ ଶକ୍ତିର ପ୍ରଚୁର ଆବଶ୍ୟକତା ରହିଛି। ଶକ୍ତି ଉତ୍ପାଦନ ବଢ଼େଇବା କଷ୍ଟ, କିନ୍ତୁ ଆମେ ଇଚ୍ଛା କଲେ ଶକ୍ତିଖର୍ଚ୍ଚକୁ କମ୍ କରିପାରିବା। ସେଥିପାଇଁ ସଚେତନତା ତଥା ଆନ୍ତରିକତା ଜରୁରି। ଆମ ଦେଶକୁ ‘ଶକ୍ତି-ଦକ୍ଷ ଭାରତ’ରେ ପରିଣତ କରିପାରିଲେ ସାରା ପୃଥ‌ିବୀରେ ଆମ ଦେଶର ଗୌରବ ବଜାୟ ରଖୁପାରିବା ଓ ଦେଶର ଭବିଷ୍ୟତକୁ ସୁରକ୍ଷିତ ରଖୁପାରିବା। ତାହା ସହିତ ଜଳବାୟୁ ପରିବର୍ତ୍ତନକୁ ରୋକିବା ଦିଗରେ ଆମର ବିଶେଷ ଅବଦାନ ରହିବ।
ଭାରତ ୨୦୧୦ ମସିହା ସୁଦ୍ଧା ୧୦ ପ୍ରତିଶତ ଓ ୨୦୨୦ ମସିହା ସୁଦ୍ଧା ୨୦ ପ୍ରତିଶତ ଅକ୍ଷୟଶକ୍ତି ବ୍ୟବହାର କରିବା ପାଇଁ ଲକ୍ଷ୍ୟ ରଖୁଥିଲା। ଆଶ୍ଚର୍ଯ୍ୟର କଥା, ୨୦୨୪ ମସିହା ନଭେମ୍ବର ମାସରେ ଭାରତ ର ବିଜୁଳି ଉତ୍ପାଦନ କ୍ଷମତା ୪୫୩ ଗିଗାଓ୍ବାଟ୍, ଯାହାର ୪୫ ପ୍ରତିଶତ କେବଳ ଅଣପାରମ୍ପରିକ ଶକ୍ତିଉତ୍ସରୁ । ମିଳୁଛି। ଆସନ୍ତା ୨୦୩୦ ମସିହାରେ ଅଣପାରମ୍ପରିକ ଶକ୍ତିଉତ୍ସରୁ ୫୦୦ ଗିଗାଓ୍ବାଟ୍ ବିଜୁଳି ଉତ୍ପାଦନ ଲକ୍ଷ୍ୟ ରହିଛି। ଭାରତ ଆଗାମୀ ଦିନରେ ଶକ୍ତିର ଆବଶ୍ୟକତା ପୂରଣ କରିବା ସକାଶେ ମୁଖ୍ୟତଃ ସୂର୍ଯ୍ୟ, ସମୁଦ୍ରଜଳ ଓ ଜୈବଇନ୍ଧନ ଭଳି ଅକ୍ଷୟ ଶକ୍ତିଉତ୍ସ ଉପରେ ନିର୍ଭର କରିବ। ଆମର ବା-ପା-ମା-ଆ’ଙ୍କୁ ସୁସ୍ଥ ରଖୁବା ପାଇଁ ଏହା ହିଁ ସମୀଚୀନ ପ୍ରୟାସ ହେବ। ଆମ ଦେଶ ଚୀନ୍, ବ୍ରାଜିଲ୍ ଓ ଦକ୍ଷିଣ ଆମେରିକା ଭଳି ବିକାଶଶୀଳ ରାଷ୍ଟ୍ରଗୁଡ଼ିକ ସହିତ ପୃଥ‌ିବୀର ଜଳବାୟୁ ପରିବର୍ତ୍ତନକୁ ରୋକିବା ଦିଗରେ ମୁଖ୍ୟ ଭୁମିକା ଗ୍ରହଣ କରିପାରିବ ବୋଲି ବିଭିନ୍ନ ଆନ୍ତର୍ଜାତିକ ପରିବେଶ ସଂଗଠନ ପକ୍ଷରୁ ଅନୁଧ୍ୟାନ ପୂର୍ବକ କୁହାଯାଇଛି।

Comments

Popular posts from this blog

ଆଜିର ଓଡିଆ ପ୍ରବନ୍ଧ

ଗୋଲଖ ଚନ୍ଦ୍ର ଦାସ