Posts

Showing posts from December, 2024

ଅକ୍ଷୟ ଶକ୍ତି ଉତ୍ସ ଓ ସୁସୁ ବା-ପା-ମା-ଆ

  ଇଣ୍ଡିଆ ବ୍ଲକରୁ କଂଗ୍ରେସକୁ ବହିଷ୍କାର କରିବା ଲାଗି ଆମେ ଅନ୍ୟ ସହଯୋଗୀ ଦଳମାନଙ୍କୁ ପ୍ରବର୍ତ୍ତାଇବୁ । କଂଗ୍ରେସ ସବୁ ସୀମା ଅତିକ୍ରମ କରିସାରିଛି। - ଅରବିନ୍ଦ କେଜରିଓ୍ବାଲ ଆପ୍‌ର ରାଷ୍ଟ୍ରୀୟ ଆବାହକ ଅକ୍ଷୟ ଶକ୍ତି ଉତ୍ସ ଓ ସୁସୁ ବା-ପା-ମା-ଆ ଥ‌ିବୀ ନିଜ କୋଳରେ ଆମକୁ ଧରି ରଖୁଛି ଓ ଆମର ଆବଶ୍ୟକତାକୁ ପୂରଣ କରୁଛି ବୋଲି ଆମେ ବଞ୍ଚି ରହିଛୁ। ଆମେ ବଞ୍ଚିରହିବା ପାଇଁ ସେ ଆମକୁ ବାୟୁ, ପାଣି, ମାଟି ଓ ଆକାଶ ଦେଇଛି, ଯାହାକୁ ଆମେ ‘ବା-ପା-ମା-ଆ’ ବୋଲି କହି ପାରିବା। ବାୟୁ ଆମକୁ ଅମ୍ଳଜାନ ଦିଏ। ଅମ୍ଳଜାନ ବିନା ଆମର ବଞ୍ଚିବା ଅସମ୍ଭବ । ତେଣୁ ବାୟୁରେ ଯଥେଷ୍ଟ ଅମ୍ଳଜାନ ରହିବା ଜରୁରି। ଜଳ ଆମ ଜୀବନ। ଆମ ଦେହରେ ହାଡ଼ ମାଂସ ସବୁଥିରେ ରହିଛି ପାଣି। ତେଣୁ ଆମ ଜୀବନ ପାଇଁ ବିଶୁଦ୍ଧ ଜଳ ଦରକାର । ମାଟି ବିନା ଆମେ ଘରଦୁଆର କେମିତି କରିବା, ମାଟି ବିନା ଆମେ ଚାଷ କେମିତି କରିବା, ମାଟି ନଥଲେ ଆମେ ଚାଷ କେମିତି କରିବା, ଆମେ ରାସ୍ତା କାହା ଉପରେ ତିଆରି କରିବା ? ମାଟି ତଳେ ସୁନା ରୁପା ରହିଛି। ମାଟି ତଳେ ତେଲ ଅଛି। ମାଟି ନରହିଲେ କଳକାରଖାନା ବି ବସିପାରିବ ନାହିଁ । ତେଣୁ ଆମ ପାଇଁ ମାଟି ଜରୁରି। ବାକି ରହିଲା ଆକାଶ। ଆମର ବିଚରଣ ପାଇଁ ଜଳ, ସ୍ଥଳ ଓ ଆକାଶ ଦରକାର। ଆମ ଚାରିପଟେ ବାୟୁକୁ ଧରି ରଖୁବା ସକାଶେ ଆକାଶ ରହିଛି। ଏଥୁରୁ ଠିକ୍ ବୁଝିହେଉଛି, ଆମର ବାୟୁ-ପାଣି- ମାଟି - ଆକାଶ (ବା-ପା-ମା-ଆ) ସୁସ୍ଥ ରହିଲେ ଆମେ ଯାଇ ...